ଭୁବେଶ୍ବର: ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି । ଭୁବନେଶ୍ୱରରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେତୁ ଭିନ୍ନ ଭିନ୍ନ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳୁଛି, ତେଣୁ ଏହାର ମୁକାବିଲା ଲାଗି ଆମକୁ ପ୍ରସ୍ତୁତ ହେବାକୁ ହେବ। ଓଡ଼ିଶାରେ ଫନି ଭଳି ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଙ୍ଗଳବାର ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଏଥିସହ ମୁଖ୍ୟସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ପ୍ରତିବର୍ଷ ମହାବାତ୍ୟା ଦିବସକୁ ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର, ଗଞ୍ଜାମ, ପୁରୀ ଓ ଅନ୍ୟ ଉପକୂଳବର୍ତୀ ଜିଲ୍ଲାରେ ବାତ୍ୟା ନିରୋଧୀ ପକ୍କାଘର ନିର୍ମାଣ କରାଯାଇଛି । ଧନଜୀବନର ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଆଗାମୀ ସମୟରେ ଲୋକଙ୍କ ୩ ଲକ୍ଷ ବାତ୍ୟା ନିରୋଧୀ ଘର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ପକ୍କାଘର ତିଆରି କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି ।
୧୯୯୯ ମହାବାତ୍ୟାକୁ ଆଜି ୨୦ ବର୍ଷ ପୂରିଛି । ୧୯୯୯ ବାତ୍ୟା ସମୟରେ ଆଂଚଳିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ ମୃତ୍ୟୁଜଂୟ ମହାପାତ୍ର । ଆଉ ୨୦ ବର୍ଷ ପରେ ଆଜିର ଦିନରେ ସେ ଆଇଏମଡି ନିର୍ଦ୍ଦେଶକ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Odisha-Examples-of-Disaster-Management_Thumbnail.jpg)