ଭୁବନେଶ୍ବର: ଆଞ୍ଚଳିକ ସ୍ତରରେ ପ୍ରକାଶିତ ଖବରକାଗଜଗୁଡ଼ିକ ଲୋକଙ୍କ ସମସ୍ୟାକୁ ନଜରକୁ ଆଣିଥା’ନ୍ତି। ଯେଉଁଥିପାଇଁ ‘ସମ୍ବାଦ’, ‘କନକନ୍ୟୁଜ୍’ ପରି ଗଣମାଧ୍ୟମର ଗୁରୁତ୍ବ ଅଧିକ ରହିଛି। ଜାତୀୟ ଗଣମାଧ୍ୟମଗୁଡ଼ିକ କେବେ ବି ଦେଶକୁ ପ୍ରତିନିଧିତ୍ବ କରୁନାହାନ୍ତି, ବରଂ ଦିଲ୍ଲୀରେ ଅଟକି ରହିଯାଉଛନ୍ତି। ପରିଣାମ ସ୍ବରୂପ ସଂସ୍କୃତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହିଥିଲେ ମଧ୍ୟ ଜାତୀୟସ୍ତରରେ ସେତେଟା ପ୍ରଚାର ପ୍ରସାର ହୋଇପାରୁ ନାହିଁ ବୋଲି ବରିଷ୍ଠ ସାମ୍ବାଦିକା ଶୀଲା ଭଟ୍ଟ କହିଛନ୍ତି। ‘କନକ ନ୍ୟୁଜ୍’ର ‘ନ୍ୟୁଜ୍ ମେକର-୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ ଏବେ ଓଡ଼ିଶା ବିକାଶ ଧାରାରେ ସାମିଲ ହୋଇଛି। ମାତ୍ର ଆହୁରି କ୍ଷିପ୍ର ହେବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଗୁଜୁରାଟରେ ଯେଉଁଭଳି ବିକାଶ ହୋଇଥିଲା ସେଭଳି ବିକାଶ ଓଡ଼ିଶାରେ ହୋଇପାରିବ। ଏଥିପାଇଁ ସମସ୍ତଙ୍କୁ କ୍ଷୀପ୍ର ହେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ଯେଉଁଭଳି ଭିତ୍ତିଭୂମି ରହିଛି ତାହା ଆଉ କେଉଁଠି ନାହିଁ। ଯଦି ଭିତ୍ତିଭୂମିକୁ ଠିକ୍ ଭାବେ ବ୍ୟବହାର କରାଯାଇ ପାରନ୍ତା ତାହା ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା।
Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ
ସାମ୍ପ୍ରଦାୟିକ ବିଭାଜନ ସମ୍ପର୍କରେ ମତବ୍ୟକ୍ତ କରି କହିଲେ, ଓଡ଼ିଶାର ବାହାରେ ସାମ୍ପ୍ରଦାୟିକ ବିଭାଜନ ବହୁ ପରିମାଣରେ ହେଉଛି। ହେଲେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ହିନ୍ଦୁତ୍ବ ସବୁଠାରୁ ଶ୍ରେଷ୍ଠ ପାଲଟିଛି। ଜଣେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ସମୟରେ ସେ କହିଥିଲେ, ଓଡ଼ିଶାର ହିନ୍ଦୁ ନମ୍ରତାର ସହ ନିଜର କର୍ମ ପାଳନ କରିଥାନ୍ତି। ଏଠାକାର ବୁଦ୍ଧିଜିମ୍, ଜୈନଜିମ୍ ଓ ହିନ୍ଦୁତ୍ବକୁ ନେଇ ଏକ ପର୍ଯ୍ୟଟକ ପ୍ୟାକେଜ୍ ହୋଇପାରିବ। ଉଦ୍ଘାଟନୀ ଅଧିବେଶନରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକ କହିଲେ, ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ନ୍ୟୁଜ୍ ମେକର କାର୍ଯ୍ୟକ୍ରମ ଏକ ପରମ୍ପରାରେ ପରିଣତ ହୋଇଯାଇଛି। ସତ୍ୟ ଓ ତଥ୍ୟ ଆଣିବାକୁ ଆମେ ସବୁବେଳେ ପ୍ରୟାସ କରୁଛୁ ବୋଲି ସେ କହିଥିଲେ। ଏହି ଅବସରରେ ୨୦୨୫ରେ ଓଡ଼ିଶାରେ ଚର୍ଚ୍ଚାରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/dhgdadgzcvcv-2025-12-20-00-31-13.jpg)