ଆଜି ଜଗା-ବଳିଆଙ୍କୁ ଭେଟିବେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ ଯାଇ ଜଗା-ବଳିଆଙ୍କୁ ଭେଟିବେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏମ୍‌ଏସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ତାଙ୍କ ସହ ଏକ ୫ ଜଣିଆ ଡାକ୍ତରୀ ଦଳ ବି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ଏହି ଡାକ୍ତରମାନେ ହେଲେ ଏସ୍‌ସିବିର ନ୍ୟୁରୋ-ସର୍ଜରି ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜୀବ ମିଶ୍ର, କଟକ ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ, ଭୁବନେଶ୍ୱର ଏମ୍‌ସ୍‌ର ଆସୋସିଏଟ୍‌ ପ୍ରଫେସର(ଭେଷଜ) ରଶ୍ମୀରଞ୍ଜନ ମହାନ୍ତି, ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ପୃଥ୍ଵୀରାଜ ସିଂହ ଓ ଏସ୍‌ସିବି ସର୍ଜରି ବିଭାଗର ପ୍ରଫେସର ଜଗମୋହନ ମିଶ୍ର। ଜଗା-ବଳିଆ ଓଡ଼ିଶା ଆସିଲେ ସେମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯିବ, ସେ ନେଇ ଏହି ଡାକ୍ତରୀ ଦଳ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ତାହା ପରେ ଏମ୍‌ସ୍‌ରୁ ଜଗା-ବଳିଆଙ୍କ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର