ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’କୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ‘ଦମନ’ ଦେଖିବେ। ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବାକୁ ଏହି ଚିଠିରେ କୁହାଯାଇଛି।
ଜିଲ୍ଲା ଓ ସବ ଡିଭିଜନସ୍ତରରେ ସରକାରୀ ଖର୍ଚ୍ଚରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିପାଇଁ ସିନେମା ହଲରେ ସ୍ବତନ୍ତ୍ର ସୋ ଆୟୋଜିତ ହେବ।
ମ୍ୟାଲେରିଆର ବିଲୋପ ପାଇଁ ଓଡ଼ିଶା ସରକାରଙ୍କ ଯୋଜନା ଉପରେ ଆଧାରିତ ‘ଦମନ’ ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକାରଣ। ବିଶେଷ ସ୍କ୍ରିନିଂ ପାଇଁ ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବୃଦ୍ଧିକରିବାକୁ ଉତ୍ସାହିତ କରିବା ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2022/11/daman-shooting-3-750x430-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Daman-to-Telecast-in-District-Level_Thumbnail.jpg)