ଗ୍ରୀ‌‌‌‌ଷ୍ମ ଅବକାଶ ବାତିଲ କଲେ ହାଇକୋର୍ଟ

କଟକ : ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଲତ(ସବ୍‌ଅର୍ଡିନେଟ୍ କୋର୍ଟ)ର ଗ୍ରୀଷ୍ମ ଅବକାଶକୁ ବାତିଲ କରାଯାଇଛି। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂପ୍ରତି କରୋନାକୁ ନେଇ ଦେଖାଦେଇଥିବା ପରିସ୍ଥିତି ଓ ଲକ୍‌ଡାଉନ୍ ପାଇଁ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଲତର ସ୍ବାଭାବିକ କାର୍ଯ୍ୟ ସ୍ଥଗିତ(ସସ୍‌ପେଣ୍ଡ) ରଖାଯାଇଛି। ପୂର୍ବ ବିଜ୍ଞପ୍ତି ଅନୁସାରେ କେବଳ ଜରୁରୀ ମାମଲାଗୁଡ଼ିକର ହାଇକୋର୍ଟ ଓ ନିମ୍ନ ଅଦାଲତରେ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର