କଟକ : ନିମ୍ନ ଅଦାଲତରେ ଦାଖଲ ପାସପୋର୍ଟକୁ ତୃଣମୂଳ କ˚ଗ୍ରେସ ସା˚ସଦ ତାପସ ପାଲଙ୍କୁ ଦୁଇ ମାସ ଲାଗି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୨୦୧୯, ଫେବ୍ରୁଆରି ମାସ ଶେଷ ସୁଦ୍ଧା ତାପସ ପୁଣି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ପାସପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ତପୀଠ ତାପସଙ୍କ ପାସପୋର୍ଟ ଫେରସ୍ତ ସ˚ପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯାତ୍ରା ର ଆବଶ୍ୟକତା ରହିଛି ତେଣୁ ଦୁଇ ମାସ ପାଇଁ ପାସପୋର୍ଟ ଲୋଡା ଦର୍ଶାଇ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି।
ପାସପୋର୍ଟ ପାଇଁ ସା˚ସଦ ତାପସ ପାଲଙ୍କୁ ଅନୁମତି
/sambad/media/post_attachments/wp-content/uploads/2018/12/tapas-pal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)