ପୁରୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍ ଜାଭେରି ଆଜି ଶପଥ ଗ୍ରହଣ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସନ୍ଧ୍ୟାରେ ଜଷ୍ଟିସ୍ ଜାଭେରି ସପରିବାର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପାଟ ଦିଆଯାଇ ସ୍ୱାଗତ କରାଯାଇଥିଲା। ଦାୟିତ୍ୱ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଓ ମନର ଶାନ୍ତି ପାଇଁ ଶ୍ରୀମନ୍ଦିର ଆସିଥିବା ଜଷ୍ଟିସ୍ ଜାଭେରି ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀମନ୍ଦିରରେ ହାଇକୋର୍ଟର ମୁଖ୍ୟ ବିଚାରପତି
/sambad/media/post_attachments/wp-content/uploads/2018/08/MUKHYA-BICHRA-PATI-NKA-SRIMANDIRA-PARIDARSAN-1.jpg)