ହାଇକୋର୍ଟଙ୍କ ନର୍ଦ୍ଦେଶ, ଖାଉଟି କମିସନରେ ସଦସ୍ୟ ପଦ ପୂରଣ ପ୍ରସଂଗରେ ଜଣାଅ

କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ କମିସନରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜ‌ଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଖଣ୍ଡପୀଠ କଂଜ୍ୟୁମର ବାର୍ ଆସୋସିଏସନ ଆବେଦନର ଶୁଣାଣି କରି ଅଗଷ୍ଟ ୧୯ ତାରିଖ ସୁଦ୍ଧା ଏ ପ୍ରସଂଗରେ ଅବଗତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ଖାଉଟି କମିସନରେ ପ୍ରାୟ ଏକ ବର୍ଷ ହେବ ବିଚାରବିଭାଗୀୟ ସଦସ୍ୟ ପଦ ଖାଲି ପଡିଛି। କମିସନ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ମାମଲା ଗୁଡିକର ଶୁଣାଣି କରୁଛନ୍ତି। ଯଦି କୌଣସି କାରଣରୁ ଜଣେ ଆସୁ ପାରୁ ନାହାନ୍ତି ତେବେ ଖଣ୍ଡପୀଠ ବସି ପାରୁନାହିଁ। ମାମଲା ଗୁଡିକର ଶୁଣାଣି ହୋଇ ପାରୁନାହିଁ। ଏପରି ପରିସ୍ଥିତିରେ ତୁରନ୍ତ ସଦସ୍ୟ ପଦ ପୂରଣ କରାଯାଉ ବୋଲି ଆସୋସିଏସନ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର