କଟକ: ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ହେବ। ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଆଡମିଶନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ । ଏବେ ୪ ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ମୁରାହରି ରମଣଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଅଂଶୁମାନ କାନୁନଗୋ ଉତ୍ତୀର୍ଣ୍ଣ ହୋଇ ୯୮.୯୭ ପ୍ରତିଶତ ମାର୍କ ରଖିଥିଲେ। ଛାତ୍ରଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରୁଥିଲେ ଆଇନଜୀବୀ ଅକ୍ଷୟ ପାଣ୍ଡେ ଓ ସୁବିର ପାଲିତ। ଆବେଦନକାରୀ ଛାତ୍ର ମାମଲାରେ ୟୁନିଅନ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷ ୫ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ।