ଉନ୍ନତି: ହାଇକୋର୍ଟରେ ଆବେଦନ ଖାରଜ

କଟକ : ସହରାଞ୍ଚଳ ବିକାଶ ନିମନ୍ତେ ଥିବା ସରକାରଙ୍କ ଉନ୍ନତି ଯୋଜନାର ଗାଇଡ଼ଲାଇନକୁ ଚାଲେଞ୍ଜ କରି ଦାୟର ମାମଲା ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଏକାଧିକ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ଫଳରେ ସରକାରଙ୍କ ପକ୍ଷରୁ ୨୦୧୭, ଅକ୍ଟୋବରରେ ଜାରି ହୋଇଥିବା ଗାଇଡ଼ଲାଇନ କାଏମ ରହିଛି। ତେବେ ଏହି ଯୋଜନାରେ ଆସୁଥିବା ଅନୁଦାନର ଖର୍ଚ୍ଚ ନିମନ୍ତେ ଇ-ଟେଣ୍ଡର ପ୍ରକ୍ରିୟାରେ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରାସାଦ ମିଶ୍ର, ଏଏସସି ତାପସ କୁମାର ପ୍ରହରାଜ, ଆନନ୍ଦପୁର କାଉନସିଲରଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ଓ ଅନ୍ୟ ପକ୍ଷଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ, ସଂଜୟ କୁମାର ଦାସ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର