ଡିପ୍ଲୋମା ଇଂଜିନିୟର ନିଯୁକ୍ତି ମାମଲାରେ ରେକର୍ଡ ତଲବ

କଟକ : ଡିପ୍ଲୋମା ଇଂଜିନିୟର(ସିଭିଲ) ପ୍ୟାନେଲରୁ ନିଯୁକ୍ତି ପ୍ରଦାନ ସଂପର୍କିତ ମାମଲାରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କ ସଂପର୍କିତ ରେକର୍ଡ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୭, ନଭେମ୍ବର ୧୮ରେ ପ୍ୟାନେଲରେ ଥିବା କେତେ ଜଣ ଇଂଜିନିୟର ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ଓ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେ ନେଇ ପ୍ରସ୍ତୁତ ତାଲିକା ଆବେଦନକାରୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ସମାନ ପ୍ରସଂଗକୁ ନେଇ ମଧ୍ୟ ସରକାର ପ୍ରସ୍ତୁତ କରିଥିବା ତାଲିକା ଆବେଦନକାରୀଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଏହି ତାଲିକା ଯାଞ୍ଚ ପାଇଁ ଉଭୟ ପକ୍ଷଙ୍କୁ କୁହାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ଶଶିଭୂଷଣ ଜେନା, ସୌଭାଗ୍ୟ ସାମଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର