ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କ ଶପଥ ଗ୍ରହଣ

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ।

ଆଜି ଅପରାହ୍ନ ୨ଟାରେ ହାଇକୋର୍ଟ ନ୍ୟୁ କନଫରେନ୍ସ ହଲରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ପୂର୍ବତନ ବିଚାରପତି ଜଷ୍ଟିସ ବି.କେ. ପଟେଲ, ଜଷ୍ଟିସ ରଘୁବୀର ଦାଶ, ଜଷ୍ଟିସ ବୀରକିଶୋର ମିଶ୍ର, ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀ, ପୂବର୍ତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାନ୍ତି, ଏନ.ସି. ପାଣିଗ୍ରାହୀ, ସଂଜିତ ମହାନ୍ତି, ମନୋଜ କୁମାର ମିଶ୍ର, ବୁଦ୍ଧଦେବ ରାଉତରାୟ, ଡକ୍ଟର ‌ଅଶୋକ କୁମାର ମହାପାତ୍ର, ଜଗବନ୍ଧୁ ସାହୁ, ଆଇନ ସଚିବ ଶଶିକାନ୍ତ ମିଶ୍ର, ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ବର ସିଂ, ହାଇକୋର୍ଟ ବାର୍ ଆସୋସିଏସନ ଓ କଟକର ଅନ୍ୟ ବାର୍‌ଗୁଡିକର କର୍ମକର୍ତ୍ତା, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଙ୍କ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଜଷ୍ଟିସ ରାଉତରାୟଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। କିନ୍ତୁ ନଭେମ୍ବର ୧୨ରେ ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ ଅବସର ଗ୍ରହଣ କରୁଥିବାରୁ ପୁଣି ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ପୂର୍ବଭଳି ୧୪ ହୋଇଯିବ।

ସମ୍ବନ୍ଧିତ ଖବର