କଟକ : ମହାବାତ୍ୟା ଫନି ପ୍ରଭାବରେ କଟକ ସହର ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ବେଳେ ମେ’ ୧୦ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ। ଫନି ପ୍ରଭାବିତ କଟକ ସହରରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବଭାବିକ ହୋଇ ନଥିବା ବେଳେ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ହାଇକୋର୍ଟ ବାର୍ ଆସୋସିଏସନ୍ ବୈଠକରେ ଆଲୋଚନା କରାଯାଇ ମେ’ ୯ ଓ ୧୦ ତାରିଖ ଦୁଇ ଦିନ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା। ଆଜି ଫନି ପ୍ରଭାବରେ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଫନିକୁ ଦୃଷ୍ଟିରେ ରଖି ପ୍ରଥମେ ମେ’୨ ଓ ୩ ତାରିଖକୁ ହାଇକୋର୍ଟ ଛୁଟି ଘୋଷଣା କରିଥିଲେ। ଏହା ପରେ ଫନି ପ୍ରଭାବରେ କଟକ ସହର ସହିତ ବିଭିନ୍ନ ଜିଲ୍ଲା ଧ୍ବସ୍ତବିଧ୍ବସ୍ତ ହୋଇ ପଡିଥିଲା। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପୁଣି ମେ’ ୮ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଗତ ସୋମବାର ଦିନ ଘୋଷଣା କରାଯାଇଥିଲା। ଫନି ଦ୍ବାରା ହାଇକୋର୍ଟ ପରିସର ସହିତ ଜିଲ୍ଲା ଅଦାଲତ ଓ ହାଇକୋର୍ଟ ବାର୍ ଆସୋସିଏସନ୍ ପରିସର ମଧ୍ୟ ପ୍ରଭାବିତ ହୋଇଥିଲା। ଏଥି ସହିତ କଟକ ସହର ଓ ଆଖ ପାଖ ଜିଲ୍ଲାରେ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା। ଆଇନଜୀବୀ, ଜନସାଧାରଣ ଓ କର୍ମଚାରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଥିଲା। ଆସନ୍ତା ସୋମବାର ଠାରୁ ହାଇକୋର୍ଟ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିବ ବୋଲି ସୂଚନା ମିଳିଛି।
ହାଇକୋର୍ଟ ୧୩ରେ ଖୋଲିବ
/sambad/media/post_attachments/wp-content/uploads/2019/05/ohc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)