କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଶନିବାରଠାରୁ ଛୁଟି ରହୁଥିବା ବେଳେ ୨୦୧୯, ଜାନୁଆରି ୨ରେ ହାଇକୋର୍ଟ ଖାଲିବ। ଶୀତ ଅବକାଶ ସମୟରେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିଭଳି ଡିସେମ୍ବର ୨୭ ତାରିଖରୁ ୨୦୧୯, ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ କେ.ଆର୍.ମହାପାତ୍ର ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଶୀତ ଅବକାଶ ସମୟରେ ଡିସେମ୍ବର ୨୪, ୨୬, ୨୭, ୨୮, ୨୯ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ହାଇକୋର୍ଟରେ ଶୀତ ଅବକାଶ
/sambad/media/post_attachments/wp-content/uploads/2018/12/Orissa-High-Court-2.jpg)