ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ହେଲେ କେନ୍ଦ୍ର ଜଳ ସମ୍ପଦ ସଚିବ

ଭୁବନେଶ୍ୱର: ଓଡ଼ିଶା କ୍ୟାଡର ୧୯୮୫ ବ୍ୟାଚର ଆଇଏଏସ୍‌ ଉପେନ୍ଦ୍ର ପ୍ରସାଦ ସିଂହ କେନ୍ଦ୍ର ଜଳ ସମ୍ପଦ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁର୍ନବିକାଶ ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଗୁଜୁରାଟ କ୍ୟାଡର ୧୯୮୨ ବ୍ୟାଚ୍‌ର ଆଇଏଏସ୍‌ ଅମରଜିତ୍‌ ସିଂହ ଏହି ସ୍ଥାନରେ ପୂର୍ବରୁ ଥିଲେ। ବର୍ତ୍ତମାନ ଉପେନ୍ଦ୍ର ପ୍ରସାଦ ସିଂହ ‘ସ୍ୱଚ୍ଛ ଗଙ୍ଗା ମିସନ୍‌’ର ମହାନିର୍ଦ୍ଦେଶକ ଅଛନ୍ତି । ମହାନଦୀ ଜଳ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଜଣେ ଓଡ଼ିଶା କ୍ୟାଡର ଅଫିସରଙ୍କୁ ଜଳ ସଂପଦ ବିଭାଗର ଦାୟିତ୍ୱ ମିଳିବା ବେଶ୍‌ ଗୁରୁତ୍ୱ ବହନ କରେ।

ସମ୍ବନ୍ଧିତ ଖବର