ନୀତି ଆୟୋଗ ଗୁଣାତ୍ମକ ଶିକ୍ଷା ସୂଚକାଙ୍କରେ ଓଡ଼ିଶା ୭ମ ସ୍ଥାନରେ

ଭୁବନେଶ୍ୱର : ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଗୁଣାତ୍ମକ ଶିକ୍ଷା ସୂଚକାଙ୍କରେ ଓଡ଼ିଶା ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛି । ୨୦୧୫-୧୬ରେ ରାଜ୍ୟ ୧୩ତମ ସ୍ଥାନରେ ଥିବାବେଳେ ଏଥର ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଓ କର୍ଣ୍ଣାଟକ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି ।

ଓଡ଼ିଶାର ଏହି ସଫଳତା ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍କୁଲ ଓ ଗଣଶିକ୍ଷା ସଚିବ ଚିତ୍ରା ଅରମୁଗମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଫଳତା ନେଇ ପ୍ରସଂଶା କରିବା ସହ ଶିକ୍ଷା କ୍ଷେତ୍ରରେ ଏପରି ଉତ୍ତମ କାର୍ଯ୍ୟ ବଜାୟରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର.ବାଳକ୍ରିଷ୍ଣନ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର