ଆଇଏମ-ପିଡିଏସରେ ସାମିଲ ହେଲା ଓଡ଼ିଶା, ଲାଗୁ ହୋଇପାରିବ ‘ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା’

ନୂଆଦିଲ୍ଲୀ : ଓଡ଼ିଶା ସମେତ ୩ଟି ରାଜ୍ୟ  ସମନ୍ବିତ ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା (ଆଇଏମ-ପିଡିଏସ)ରେ ସାମିଲ ହୋଇଛନ୍ତି । ଏହା ଫଳରେ ଓଡ଼ିଶାରେ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇପାରିବ ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।

ଏଥିରେ ସାମିଲ ହୋଇଥିବା ଅନ୍ୟ ୨ଟି ରାଜ୍ୟ ହେଲେ ସିକ୍କିମ ଓ ମିଜୋରାମ । ଏହି ସ୍କିମରେ ସାମିଲ ହେବା ପରେ ଏହି ୩ଟି ରାଜ୍ୟରେ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଦ୍ବାରା ଉପକ୍‌ତ ହେଉଥିବା ହିତାଧିକାରୀମାନେ ଦେଶର ଯେକୌଣସି ରାଜ୍ୟରେ ଥିଲେ ମଧ୍ୟ ନିଜର ମାସିକ କୋଟା ଖାଦ୍ୟଶସ୍ୟ  ଉଠାଇପାରିବେ । ଇ-ପିଓଏସ ମେସିନରେ ଆଧାର ଯାଞ୍ଚ ପରେ ସେମାନେ ଏହି ସୁବିଧା ପାଇପାରିବେ । ପୂର୍ବରୁ ଏହି ସ୍କିମରେ ୧୭ଟି  ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଆନ୍ଧ୍ର, ବିହାର, ଗୁଜୁରାଟ, ଗୋଆ, ଦାଦ୍ରା ଓ ନଗର ହାବେଳି, ଦାମନ ଓ ଦିଉ, ହରିୟାଣା, ହିମାଚଳପ୍ରଦେଶ, କେରଳ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଂଜାବ ଓ ତ୍ରିପୁରାରେ ଲାଗୁ ହୋଇସାରିଛି । ଏବେ ଓଡ଼ିଶା ଏହି ତାଲିକାରେ ସାମିଲ ହେବା ପରେ ଓଡ଼ିଶାର ହିତାଧିକାରୀମାନେ ଉପରୋକ୍ତ ଅନ୍ୟ ୧୯ଟି  ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମଧ୍ୟ  ଖାଦ୍ୟଶସ୍ୟ  ଉଠାଇପାରିବେ । ଏହି ସ୍କିମକୁ ସୁଚାରୁ ଢଙ୍ଗରେ ଲାଗୁ କରିବାକୁ ଏବେ ଆବଶକ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାଶୱାନ କହିଛନ୍ତି ।

ସମ୍ବନ୍ଧିତ ଖବର