ଓଡ଼ିଶା ଶିଳ୍ପ ବିକାଶ ଯୋଜନା: ୧୦ବର୍ଷରେ ୩୦ଲକ୍ଷ ନିଯୁକ୍ତି ପରିକଳ୍ପନା

ଭୁବନେଶ୍ବର: ରାଜ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଉତ୍ସାହିତ କରିବା ପାଇଁ କେପିଏମ୍‌ଜି ସଂସ୍ଥା ମାଧ୍ୟମରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା(ଓଆଇଡିପି), ୨୦୨୫ ନାମକ ଏକ ନୂତନ ଖସଡ଼ାର ପରିକଳ୍ପନା କରାଯାଇଛି। ଶିଳ୍ପ କ୍ଷେତ୍ରରେ ୨୦୧୬ ମସିହାରୁ ଆସନ୍ତା ୧୦ବର୍ଷ ମଧ୍ୟରେ ଏଗ୍ରୋ ଏଣ୍ଡ ଫୁଡ୍‌ ପ୍ରୋସେସିଂ, କେମିକାଲ୍‌ସ ଏଣ୍ଡ ପେଟ୍ରୋକେମିକାଲନ୍‌ସ, ଟେକ୍ସଟାଇଲ, ଡାଉନଷ୍ଟ୍ରିମ ଏଣ୍ଡ ଆନସିଲାରି ଇଣ୍ଟଷ୍ଟ୍ରି, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନୁଫାକ୍ଚରିଂ ଏଣ୍ଡ ଆଇଟି/ଆଇଟିଇଏସ୍‌କୁ ଫୋକସ କ୍ଷେତ୍ରଭାବେ ଗ୍ରହଣ କରାଯାଇଛି। ଓଆଇଡିପି-୨୦୨୫ ଅନୁଯାୟୀ ଆସନ୍ତା ୧୦ବର୍ଷ ଭିତରେ ରାଜ୍ୟରେ ୨.୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୩୦ଲକ୍ଷ ନିଯୁକ୍ତିର ପରିକଳ୍ପନା କରାଯାଇଥିବା ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଫୁଡ୍‌ ଏଣ୍ଡ ଆଲାଏଡ ପ୍ରୋସେସିଂରେ ୮ଲକ୍ଷ, କେମିକାଲ୍‌ରେ ୪ଲକ୍ଷ, ଟେକ୍ସଟାଇଲରେ ୫ଲକ୍ଷ, ଡାଉନଷ୍ଟ୍ରମିରେ ୯ଲକ୍ଷ ଓ ଆଇଟିରେ ୪.୮ଲକ୍ଷକୁ ମିଶାଇ ସମୁଦାୟ ୩୦ଲକ୍ଷ ନିଯୁକ୍ତି ପରିକଳ୍ପନା କରାଯାଇଛି। ୨୦୧୭-୨୦୨୨ ମସିହା ମଧ୍ୟରେ ୫ଟି କ୍ଷେତ୍ରରେ ୧୫୫ଟି ବୃହତ୍ତ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟସ୍ତରୀୟ ଏକୀକୃତ ନିର୍ଗମନ କର୍ତୃପକ୍ଷଙ୍କ ପ୍ରଣାଳୀ ମାଧ୍ୟମରେ ଅନୁମୋଦନ ଦିଆଯାଇଛି। ଏହାର ମାଧ୍ୟମରେ ୨,୬୪,୩୦୮,୫୮ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା ବେଳେ ୧,୩୨,୩୪୬ ନିଯୁକ୍ତିର ଆକଳନ କରାଯାଇଛି। ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏକ ନିର୍ଦେଶନାମା ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର