ନବରଙ୍ଗପୁର: ଶିଳ୍ପାନୁଷ୍ଠାନ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଙ୍ଗଳମ୍ ଟିମ୍ବର୍ସ କର୍ମଚାରୀ ସଂଘର ଉପଦେଷ୍ଟା କାହ୍ନୁ ଦାଶଙ୍କୁ ଜଣାଇଥିବା କହିଛନ୍ତି। ମଙ୍ଗଳମ୍ ଟିମ୍ବର୍ସରେ ଲାଗି ରହିଥିବା ଶ୍ରମିକ ଅଶାନ୍ତି ଜଣେ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ୩ଜଣଙ୍କ ରାଜସ୍ଥାନରୁ ବଦଳି ବାତିଲ କରିବା ସମ୍ପର୍କରେ ଗତ ୨୦୨୫ ଜୁନ ମାସରେ ଶିଳ୍ପମନ୍ତ୍ରୀଙ୍କୁ ବିଧାୟକ ଗୌରୀଶଙ୍କର ମାଝୀ, ଉପଦେଷ୍ଟା ଶ୍ରୀ ଦାଶ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ଭେଟି କହିଥିଲେ।
ସେ ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାଶ୍ରମ ଅଧିକାରୀ ଗତ ୧୮ତାରିଖ ଦିନ ଶ୍ରମିକ ସଂଘ ଓ ମଙ୍ଗଳମ୍ ଟିମ୍ବର୍ସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଡାକି ଶିଳ୍ପମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେବା ସହ ମାମଲାର ସମାଧାନ କରିବାକୁ କହିଥିଲେ।
ଆହୁରି ପଢ଼ନ୍ତୁ: AI: ଏଆଇ ପ୍ରଭାବରେ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ: ଆଇଏମ୍ଏଫ୍
ତେବେ କମ୍ପାନିର କର୍ମଚାରୀମାନେ ସେ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏହା ପରେ ପୁଣି ଉପଦେଷ୍ଟା କାହ୍ନୁ ଦାଶ ଶିଳ୍ପମନ୍ତ୍ରୀଙ୍କୁ ଭେଟି ପୁର୍ନବାର ଏହି ସମସ୍ୟା ସମ୍ପର୍କରେ ଶିଳ୍ପମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମ୍ପାନି କାହିଁକି ସମସ୍ୟାର ସମାଧାନ କରୁନି ସେ ଦିଗରେ ସେ କମ୍ପାନିର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରି ସମାଧାନ କରାଇବେ ବୋଲି ପ୍ରତିଶ୍ରୃତି ଦେଇଥିବା କହିଛନ୍ତି କାହ୍ନୁ ଦାଶ। କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ସହ ଅନ୍ୟ କିଛି ଶିଳ୍ପ ଉତ୍କର୍ଷ ଓଡିଶାରେ ସ୍ଥାପନ କରାଯିବାକୁ ଯୋଜନା କରାଯାଇଥିବା ମନ୍ତ୍ରୀ କହିଥିବା କହିଛନ୍ତି ଶ୍ରୀ ଦାଶ। ଜିଲ୍ଲାପାଳ ନବରଙ୍ଗପୁରର ଭୌଗଳିକସ୍ଥିତି, ଭିତ୍ତଭୂମିକୁ ଲକ୍ଷ୍ୟରେ ରଖି କିଭଳି ଶିଳ୍ପ ପ୍ରତିଷ୍ଠା ହେବ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ତାଙ୍କ ନିକଟରେ ଦାଖଲ କରାଇବା ଦିଗରେ ଶ୍ରୀ ଦାଶ ଜିଲ୍ଲାପାଳଙ୍କ ସହ ଅଲୋଚନା କରିବାକୁ ଶିଳ୍ପ ମନ୍ତ୍ରୀ କହିଥିଲେ। ମଙ୍ଗଳମ୍ ଟିମ୍ବର୍ସ କର୍ତ୍ତୃପକ୍ଷ ଶିଳ୍ପମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/25/ngp-silpmontry-2026-01-25-20-12-12.jpg)