ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ସହିଦ ପରିବାରକୁ ଗୋଟିଏ ଦିନର ଦରମା ଦେବ ଓଡ଼ିଶା ଆଇପିଏସ୍‌ ସଂଘ

ଭୁବନେଶ୍ୱର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ୨ ଦିନ ତଳେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଓଡ଼ିଶା ଆଇପିଏସ୍‌ ସଂଘ ଗୋଟିଏ ଦିନର ଦରମା ଦେବାକୁ ନିଷ୍ପତ୍ତି ନେଇଛି। ଏହି ଅର୍ଥ ସିଆରପିଏଫ୍‌ ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ୪୦ ଜଣ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀମାନେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୭୦ଟି ବସରେ ଯାଉଥିବା ୨୫୦୦ରୁ ଅଧିକ ଯବାନଙ୍କୁ ଟାର୍ଗେଟ କରିଥିଲେ। ଜାତୀୟ ରାଜପଥର ଅବନ୍ତୀପୋରା ଠାରେ ଆକ୍ରମଣ ହୋଇଥିଲା।

ଏହି ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ନାଉଁଗା ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା।

ସମ୍ବନ୍ଧିତ ଖବର