ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ‘ସମ୍ବାଦ’ ଖବରକାଗଜ ଉପରେ ଏଭଳି ନଗ୍ନ ଆକ୍ରମଣ କେବଳ ‘ସମ୍ବାଦ’ ଖବରକାଗଜ ଉପରେ ସିଧାସଳଖ ଆକ୍ରମଣ ନୁହେଁ। ଏହା ସମସ୍ତ ଗଣମାଧ୍ୟମର କଣ୍ଠରୋଧ ପାଇଁ ଏକ ପ୍ରକାର ଚେତାବନୀ। କୌଣସି ସଭ୍ୟ ସମାଜ ପକ୍ଷରେ ଏହା ଗ୍ରହଣୀୟ ନୁହେଁ। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଗଣମାଧ୍ୟମ ଉପରେ ଏଭଳି ସିଧାସଳଖ ଆକ୍ରମଣ ହେବା ଘଟଣା କେହି କେବେ ଦେଖି ନଥିଲୁ। ଏହା ନାଟକ ଭଳି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ଜଣେ ଅଣ ଓଡ଼ିଆ ସଚିବଙ୍କ ଅପରିଣାମଦର୍ଶୀ ଅପରିପକ୍ୱତା ପାଇଁ ଏପରି କରାଯାଇଛି। ଏହି ଘଟଣା ପାଇଁ ଓଡ଼ିଶା ନିନ୍ଦିତ ହେବା ସହ ଶାସନ ମୁଖ୍ୟଙ୍କ କାର୍ଯ୍ୟଦକ୍ଷତା ଉପରେ କଳାଦାଗ ଲଗାଇଛି। ଯଦି ବର୍ତ୍ତମାନର ଶାସନ ଧାରା ଏମିତି ଚାଲେ ଭବିଷ୍ୟତରେ ରାଜ୍ୟର ବହୁତ କ୍ଷତି ହେବ। ଓଡ଼ିଶା ଭିତରେ ଓଡ଼ିଆ ଲୋକଙ୍କ ହାତରେ ଆଉ କୌଣସି କ୍ଷମତା ରହିବ ନାହିଁ। ଯେଉଁଭଳି ଢଙ୍ଗରେ ସମ୍ବାଦ ଉପରେ ଆକ୍ରମଣ ହେଲା ତାକୁ ଆମେ ଦୃଢ ନିନ୍ଦା କରୁଛୁ। ସରକାରଙ୍କର ଜଣେ ଅଧସ୍ତନ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହି ଆଉ ଜଣେ ମୁଖ୍ୟମନ୍ତ୍ରୀ ଭଳି କାମ କରିବା ଆଗାମୀ ପିଢି ପାଇଁ ଶୁଭଙ୍କର ନୁହେଁ। ସଚିବ ଆଜି ଯାହା କଲେ ଆଗାମୀ ଦିନରେ ସେ ସେଥିପାଇଁ ଦାୟୀ ରହିବେ।
ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି
ପୂର୍ବତନ ସଭାପତି, ରାଜ୍ୟ ଆଇନଜୀବୀ ପରିଷଦ ଓ ଓଡିଶା ହାଇକୋର୍ଟ ବାର ଆସୋସିଏସନ
Advertisment
Sambad is now on WhatsApp
Join and get latest news updates delivered to you via WhatsApp