ଯକ୍ଷ୍ମା ନିରାକରଣ ପାଇଁ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ

ଭୁବନେଶ୍ବର : ଯକ୍ଷ୍ମା ନିରାକରଣ‌ ପାଇଁ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ ଅଡିଟୋରିମ୍‌ରେ ଅନୁଷ୍ଠିତ ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ରାଜ୍ୟ ଯକ୍ଷ୍ମା ଅଧିକାରୀ ଡା.ପି.କେ ହେତା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଓ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସୂଚନା ଯେ ଯକ୍ଷ୍ମା ନିରାକଣରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର