ଭୁବନେଶ୍ବର : ଦେଶରେ ଦୈନିକ କରୋନା ସଂକ୍ରମଣ ୧୨ହଜାର ଟପିଛି। ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ଦେଶରେ ନବମ ସ୍ଥାନରେ ରହିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨୦୩ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା ଉତ୍ପାଦନକାରୀ କମ୍ପାନିମାନେ ପୁଣିଥରେ କରୋନା ଟିକା ଉତ୍ପାଦନ ଆରମ୍ଭ କରିଛନ୍ତି। ସତର୍କତା ଦୃଷ୍ଟିରୁ ଲୋକମାନେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କମ୍ପାନିମାନଙ୍କୁ ପକ୍ଷରୁ କୁହାଯାଇଛି। ଏହାସହ ରାଜ୍ୟ ସରକାର ମଧ୍ୟ ଓଡ଼ିଶାକୁ ୫୦ହଜାର ଡୋଜ୍ର କର୍ବିଭାକ୍ସ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/corona-test-f.jpg)