ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦେଶରେ ଦ୍ବିତୀୟ

ଭୁବନେଶ୍ବର : ଯକ୍ଷ୍ମା ନିରାକଣରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଇଣ୍ଡିଆ ଟିବି ରିପୋର୍ଟ-୨୦୨୩ରେ ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏହି ସ୍ଥାନ ହାସଲ କରିଛି। ହିମାଚଳପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୯ଟି ବର୍ଗକୁ ନେଇ ଏହାର ଏକ ସ୍କୋର ପ୍ରସ୍ତୁତ କରାଯାଇଥାଏ। ୨୦୨୦ ମସିହାରେ ଓଡ଼ିଶା ଦ୍ବିତୀୟ, ୨୦୨୧ରେ ତୃତୀୟ ଓ ୨୦୨୨ରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ସଫଳତା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଟିମ୍ ହେଲ୍‌ଥ ଓଡ଼ିଶାର ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର