ଭୁବନେଶ୍ବର: ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ କମିବା ନେ଼ଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶର୍ଯ୍ୟା ବିଶ୍ଵାଳ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ରାଜ୍ୟରେ ୧୦୦୦ ପୁରୁଷକୁ ୯୨୫ ମହିଳା ଥିବା ଏକ କଥା ସ୍ପଷ୍ଟ କରୁଛି। ଗତ ୪ ବର୍ଷରେ ଲଗାତାର କମିଛି ମହିଳାଙ୍କ ସଂଖ୍ୟା। ଏହା ଅତି ଉଦବେଗଜନକ ଏବଂ ସମ୍ବେଦଶୀଳ ପ୍ରସଙ୍ଗ।

Advertisment

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମହିଳାଙ୍କ ଅନୁପାତ କାହିଁକି କମିଲା, ସେ ବିଷୟରେ ସରକାର ଚିନ୍ତା କରିବା ଦରକାର। ହେଲେ ଓଡ଼ିଶା ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। କେଉଁଠି ତ୍ରୁଟି ରହିଛି ? ଏହା ପଛରେ ବିଜେଡି ଶାସନ ଓ ବିଜେଡି ଶାସନ ପ୍ରଣାଳୀକୁ ଦାୟୀ କରାଯିବ। କାରଣ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢୁଛି, ହେଲେ ଦଣ୍ଡବିଧାନ କମୁଛି। ବର୍ଷକୁ ରାଜ୍ୟରେ ୨୬୯୧ଜଣ ମହିଳା ଆତ୍ମହତ୍ୟା କରୁଛନ୍ତି। ଆର୍ଥିକ ଏବଂ ମାନସିକ କାରଣ ଯୋଗୁଁ ମହିଳା ଆତ୍ମହତ୍ୟା ବଢୁଛି, ୫୦୨ ମହିଳା ଅପହରଣ ମାମଲା ହୋଇଛି। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଚେଷ୍ଟା କି ପ୍ରଚେଷ୍ଟା ନାହିଁ।