ଓଡ଼ିଶା ସରକାରଙ୍କ ଅନଲକ ୪.୦ ଗାଇଡଲାଇନ : ରାତି କର୍ଫ୍ୟୁ, ଶନି-ରବିବାର ସଟଡାଉନ ଉଠିଲା

ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର କେତେକ ଜିଲ୍ଲା ଓ ସହରରେ ଲାଗୁ ଶନିବାର ଓ ରବିବାର ସଟଡାଉନ ସଂପର୍କରେ ଏହି ନୂଆ ଗାଇଡଲାଇନରେ କୌଣସି ଉଲ୍ଲେଖ ନାହିଁ । ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ରାତ୍ରିକାଳିନ କର୍ଫ୍ୟୁକୁ ମଧ୍ୟ ଉଠାଇ ଦିଆଯାଇଛି ।

ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ କଂପ୍ଲେକ୍ସ, ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଗୃହମନ୍ତ୍ରାଳୟ ଅନୁମୋଦିତ ବିମାନସେବା ବ୍ୟତିତ ଅନ୍ୟ ବିମାନସେବା ପାଇଁ ଅନୁମତି ଦିଆଯାଇନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ । ପରବର୍ତ୍ତିକାଳରେ ସ୍ଥିତିର ଆକଳନ କରି ଏଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।  ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ପୂର୍ବରୁ ହିଁ ବନ୍ଦ କରାଯାଇଛି ।

ସମ୍ବନ୍ଧିତ ଖବର