୨୦ ଦଫା ଦାବିରେ ଓଡ଼ିଶା କୃଷକ ସଭାର ବିକ୍ଷୋଭ

ଭୁବନେଶ୍ୱର : ୨୦ ଦଫା ଦାବି ନେଇ ଓଡ଼ିଶା କୃଷକ ସଭା ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କୃଷକ, ଶ୍ରମିକ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ଉପସ୍ଥାନ କରିଥିଲେ।

ଧାନ କୁଇଣ୍ଟାଲ ପିଛିା ସର୍ବନିମ୍ନ ମୂଲ୍ୟ ୩ହଜାର ଟଙ୍କା କରିବା, କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ , କୃଷକମାନଙ୍କୁ ଋଣରୁ ମୁକ୍ତି, ଚାଷୀ ନାମରେ ଜମି ଜମାର ରେକର୍ଡ, କୃଷକମାନଙ୍କୁ ମାସିକ ୫୦୦୦ଟଙ୍କା ପେନ୍‌ସନ୍‌, ଫସଲ ବୀମା ଯୋଜନା, ଆଦିବାସୀ ଓ ଜଙ୍ଗଲବାସୀଙ୍କୁ ଜଙ୍ଗଲଜମି ପଟ୍ଟା, ଶ୍ରମିକଙ୍କ ଦୈନିକ ମଜୁରି ୬୦୦ଟଙ୍କା କରିବାକକୁ ସଂଘ ପକ୍ଷରୁ ଦାବି ହୋଇଛି। ଆଜିର ଏହି ଆନ୍ଦୋନରେ ସିଆଇଟିୟୁ, ଆଦିବାସୀ ଅଧିକାର ମଞ୍ଚ, ଡିୱାଇଏଫ୍‌ଆଇ,ଏଆଇକେଏସ୍‌ ଆଦି ପ୍ରମୁଖ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର