ଭୁବନେଶ୍ୱର : ଗତ କିଛି ଦିନ ଧରି ବିିଭିନ୍ନ ଦାବି ନେଇ ଲୋୟର ପିଏମ୍ଜିରେ ଧାରଣାରେ ବସିଥିବା ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ମହାସମାବେଶ କରାଯାଇଛି।
କୃଷକ ସାଥୀମାନଙ୍କୁ ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ପାରିଶ୍ରମିକ ସହିତ ସ୍ଥାୟୀ ନିଯୁକ୍ତି, ସାମାଜିକ ସୁରକ୍ଷା, ପ୍ରୋଭିଡେଣ୍ଟ ଫଣ୍ଡ, ପେନ୍ସନ୍ ଓ ଇଏସ୍ଆଇରେ ସାମିଲ ଆଦି ପ୍ରମୁଖ ଦାବି ରହିଛି। ସମାବେଶରେ ସଂଘର ସଭାପତି ଶିବାଜୀ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ଦାସ, ସାଧାରଣ ସଂପାଦକ ସନ୍ତୋଷ କୁମାର ବେହେରା, ଉପସଭାପତି ଶ୍ରୀନିବାସ ଛୋଟରାୟ, ଜିତେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପରିଡ଼ା, ରତିରଂଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ପରେ ସଂଘର ଏକ ପ୍ରତିନିଧି ଦଳ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଭେଟି ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ସଂଘର ଦାବି ନେଇ ବିଚାର କରାଯିବା ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/krushak-1.jpg)