ଓଡ଼ିଶା କୁଡୁମି ସେନା ତରଫରୁ ଜାତଜଳନ ଅଭିଯାନ

ପାଟଣା : ଗୁରୁବାର ଦିନ ପାଟଣା ବ୍ଲକ୍‌ ଚେମଣା ପଞ୍ଚାୟତ ରେଙ୍ଗାଳବେଡା ଓ ବାଉଁଶୁଲି ପଞ୍ଚାୟତ ଦାଶରଥିପୁର ଠାରେ ଓଡ଼ିଶା କୁଡୁମୀ ସେନା ତରଫରୁ ଜାତଜଳନ ଅଭିଯାନ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟ ସଭପତି ଦିବ୍ୟ ସିଂ ମହାନ୍ତ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପସଭପତି ମିତ୍ର ଭାନୁ ମହାନ୍ତ, ରାଜ୍ୟ ଉପଦେଷ୍ଟା ଭୈରବ ମହାନ୍ତ, ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ, ଜଳଧର ମହାନ୍ତ, ସେବତୀ ମହାନ୍ତ, ଗୀତାରାଣୀ ମହାନ୍ତ ଯୋଗ ଦେଇଥିଲେ। କୁଡୁମି ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଆସନ୍ତା ଏପ୍ରିଲ ୫ ତାରିଖ ପଦ୍ମପୁର ଯମୁନାପଶିରେ ହେବାକୁ ଥିବା ଶହୀଦ ରଘୁନାଥ ମାହାତୋଙ୍କ ୨୪୫ ତମ ଶହୀଦ ଦିବସ ପାଳନକୁ ସଫଳ କରିବା ପାଇଁ  ବୈଠକରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର