ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା/ମୁଦ୍ରଣକଳା/ଭାସ୍କର୍ଯ୍ୟ/ପାରମ୍ପରିକ ଚିତ୍ରର ପ୍ରଦର୍ଶନୀ ଆୟୋଜନ କରାଯିବ। ୨୦୨୦-୨୧ ବର୍ଷ ନିମନ୍ତେ ଆୟୋଜିତ ପ୍ରଦର୍ଶନୀର ଶ୍ରେଷ୍ଠ ୮ଟି କୃତିକୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ସହିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ। ଆଗ୍ରହୀ ଶିଳ୍ପୀମାନେ ନିୟମାବଳି ଓ ଫର୍ମ ଏକାଡେମିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ଶିଳ୍ପୀମାନେ ନିଜର କଳାକୃତିର ୨ଟି ରଙ୍ଗିନ ଫଟୋ ପଠାଇବାକୁ କୁହାଯାଇଛି। ଅଗଷ୍ଟ ୨୦ରୁ ୩୧ତାରିଖ ମଧ୍ୟରେ ଏହା ପଠାଇବାକୁ ସୂଚନା ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp