ସେପ୍ଟେମ୍ବର ୪ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ମାସ ୪ ତାରିଖରୁ ଆରମ୍ଭ ହେବ ଚଳିତ ବିଧାନସଭାର ତ୍ରାୟୋଦଶ ଅଧିବେଶନ। ସେପ୍ଟେମ୍ବର ୪ ତାରିଖରୁ ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିିବାଏହି ଅଧିବେଶନରେ ମୋଟ୍‌ ୧୧ଟି କାର୍ଯ୍ୟ ଦିବସ ରହିବ। ଆଜି ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆସନ୍ତା ୪ ତାରିଖ ଦିନ ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଆରମ୍ଭ ହେବ। ୮ତାରିଖ ଶନିବାର, ୯ ତାରିଖ ରବିବାର, ୧୩ ତାରିଖ ଗଣେଶ ପୂଜା, ୧୪ ତାରିଖ ନୁଆଁଖାଇ, ୧୫ ତାରିଖ ଶନିବାର ଓ ୧୬ ତାରିଖ ରବିବାର ପାଇଁ ବିଧାନସଭାର କୌଣସି କାର୍ଯ୍ୟ ହେବ ନାହିଁ। ୪ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ୧୭ ତାରିଖ ଦିନ ବ୍ୟୟମଞ୍ଜୁୁର ବିଲ ଆଗତ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର