ବିଧାନସଭା ସଚିବ ଅମିୟ ଷଡଙ୍ଗୀ ନେଲେ ଅବସର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଚିବ ଅମିୟ ଷଡଙ୍ଗୀ ରବିବାର ଅବସର ନେଇଛନ୍ତି। ପୂର୍ବରୁ ଅମିୟଙ୍କର କାର୍ଯ୍ୟକାଳ ୨୦୧୩ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ୪ ଥର ବଢ଼ିଥିଲା। ତାଙ୍କର କାର୍ଯ୍ୟକାଳ ୫ମ ଥର ପାଇଁ ସୁପାରିସ ହୋଇଥିଲେ ମଧ୍ୟ ରାଜ୍ୟପାଳ ସରକାରଙ୍କ ପଦକ୍ଷେପ ନେଇ ପ୍ରଶ୍ନ ଉଠାଇଥିଲେ।

ଅମିୟଙ୍କ ଅବସର ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅମିୟଙ୍କ ସ୍ଥାନରେ ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁ ଦାୟିତ୍ୱରେ ରହିବେ। ନୂଆ ସଚିବ ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର