୨୦୨୦ ସୁଦ୍ଧା ବିଧାନ ପରିଷଦ!; ଶୀତ ଅଧିବେଶନରେ ଆସିପାରେ ବିଲ୍, କେନ୍ଦ୍ର ସହ ଯୋଗାଯୋଗରେ ରାଜ୍ୟ

ଭୁବନେଶ୍ବର : ଆସନ୍ତା ଶୀତ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ବିଲ୍ କେନ୍ଦ୍ର ସରକାର ସଂସଦରେ ଆଗତ କରିପାରନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଉଭୟ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏ େନଇ ଉଦ୍ୟମ ଆରମ୍ଭ କରିଛନ୍ତି। େକନ୍ଦ୍ର ସରକାରଙ୍କ ସହ ରାଜ୍ୟ ଆେଲାଚନା କରିଥିବା ସୂଚନା ମିଳିଛି। ଯଦି ସଂସଦର ଶୀତ ଅଧିବେଶନରେ ଏହି ବିଲ ଆଗତ ହୁଏ, ତେବେ ଡିସେମ୍ବର ସୁଦ୍ଧା ଏ େନଇ ସକାରାତ୍ମକ ଚିତ୍ର ମିଳିବ େବାଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା େଦଇଛନ୍ତି।

ନିର୍ବାଚନ ପୂର୍ବରୁ ଅର୍ଥାତ୍ ଗତବର୍ଷ ସେପ୍ଟେମ୍ବର ୬ ତାରିଖ ଦିନ ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ଗୃହୀତ େହାଇଥିଲା। ତତ୍କାଳୀନ ବିେରାଧୀ ଦଳ କଂଗ୍ରେସ ଓ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିଲେ ହେଁ, ପ୍ରସ୍ତାବକୁ ସମର୍ଥନ କରି ଉଭୟ ସରକାରୀ ଦଳ ଓ ସ୍ବାଧୀନ ବିଧାୟକଙ୍କ େମାହରରେ ଏହି ଗୁରୁତ୍ବପୂର୍ଣ୍ଣ ସଂକଳ୍ପ ଗୃହୀତ େହାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ େଭାଟ ଦେଇଥିଲେ ଓ ସପକ୍ଷରେ ୧୦୪ ଜଣ ବିଧାୟକଙ୍କ ମତ ରହିଥିଲା।

ତେବେ ପ୍ରାକ୍ ନିର୍ବାଚନୀ ଦୃଶ୍ୟପଟ୍ଟ କିଛି ଅଲଗା ଥିଲା। ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଥିଲେ। କିନ୍ତୁ ଏବେ େକନ୍ଦ୍ର-ରାଜ୍ୟ ସଂପର୍କରେ ସୁଧାର ଆସିଛି। ଏମିତି େଯ ପରସ୍ପର ପରସ୍ପର ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ରେ େକନ୍ଦ୍ର ସରକାର ସହଯୋଗର ହାତ ବଢାଇବାକୁ ଯାଇ ରାଜ୍ୟର ଆଶା ଠାରୁ ଅଧିକ ଅର୍ଥ ଦେଇଛନ୍ତି। କାମ୍ଫା ଫଣ୍ଡ େକ୍ଷତ୍ରରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଲା। ପୁରୀରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ମଧ୍ୟ େକନ୍ଦ୍ର ସରକାର ବିେରାଧ କରିନାହାନ୍ତି। ଅନ୍ୟପଟରେ େଯଉଁ ସବୁ େକନ୍ଦ୍ରୀୟ ପ୍ରକଳ୍ପକୁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଅଟକାଇ ରଖୁଥିଲେ, େସସବୁ େକ୍ଷତ୍ରରେ େକାହଳ ମନୋଭାବ େପାଷଣ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଆଉ ପାଦେ ଆଗକୁ ଯାଇ ବିେଜଡି େଗାଟିଏ ଆସନ ଛାଡି େଦଇଛି। େକନ୍ଦ୍ର ସରକାରଙ୍କ ସବୁ ବିଲରେ ଓଡ଼ିଶା ସରକାର ନିରବ ସମର୍ଥନ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାେର, ଉଭୟଙ୍କ ମଧ୍ୟରେ ଏହି ସଂପର୍କ ଜାରି ରହିବ। ଏଣୁ ଏଥିରୁ ଫାଇଦା ଉଠାଇବାକୁ ଯାଇ ରାଜ୍ୟ ସରକାର ଓଡ଼ିଶା ବିଧାନ ପରିଷଦ ଗଠନ ବିଲ୍ ଅନୁେମାଦନ କରାଇ େନବା ଲାଗି େଯାଜନା କରିଛନ୍ତି।

ଏମିତିରେ ବି ନିର୍ବାଚନ ପରେ ଦଳର ପାଖାପାଖି ୪୦ରୁ ଅଧିକ େନତାଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିଗମ ଆଦିରେ ଥଇଥାନ କରିଛନ୍ତି। କାହାକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି, ଆଉ କାହାକୁ ମୁଖ୍ୟ ସଚିବ ଓ ପ୍ରମୁଖ ଶାସନ ସଚିବ ପାହ୍ୟାର ସୁବିଧା େଦଇଛନ୍ତି। ଏହାବ୍ୟତୀତ ଆହୁରି କିଛି େନତା ପଦବି ଆଶାରେ ଅଛନ୍ତି। ଦଳ ପାଖରେ କେବଳ ରାଜ୍ୟସଭା ଲଡୁ ଭଳି ହାତଗଣତି କିଛି ପଦବି ରହିଛି। ଯଦି ବିଧାନ ପରିଷଦ ବିଲ୍ ସଂସଦରେ ପାରିତ ହୁଏ ତେବେ ଆସନ୍ତାବର୍ଷ ସୁଦ୍ଧା ସରକାର ଏ ବ୍ୟବସ୍ଥାରେ ଆଉ କିଛି େନତାଙ୍କୁ ପଦବି େଯାଗାଇ ଦେଇପାରିବେ େବାଲି ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଏ ଶ୍ରେୟ େନବାକୁ ଚାହାନ୍ତି। ଏ ସଂକ୍ରାନ୍ତ ସଂକଳ୍ପ ପାରିତ ହେବା ପରେ ସେ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ, ରାଜ୍ୟର ଅଭିବୃଦ୍ଧ ତ୍ବରାନ୍ବିତ ହୋଇଛି। ଏଥିପାଇଁ ଆହୁରି ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ବିଧାନ ପରିଷଦ ବିଶେଷ ଭାବେ ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ସଂକଳ୍ପ ଏବେ େକନ୍ଦ୍ର ସରକାରଙ୍କ ନିକଟରେ ରହିଛି। ଏ ସ˚କ୍ରାନ୍ତ ବିଲ୍ ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ଯିବ। ଏହାପରେ ନିର୍ବାଚନ କମିସନ ଇଲେକ୍ଟୋରାଲ ଗଠନ କରିବା ସହିତ ନିର୍ବାଚନ ପାଇଁ ରାସ୍ତା କାଢିବେ।

ଏବେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି।

ଓଡ଼ିଶାରେ ଡାକ୍ତର ନୃୃସି˚ହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟିର ସୁପାରିସକୁ ସରକାର ଗ୍ରହଣ କରି ୨୦୧୮ ଅଗଷ୍ଟ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲେ।

ପ୍ରକାଶଥାଉକି, ବିଧାନ ପରିଷଦର ମୋଟ ସଭ୍ୟ ସ˚ଖ୍ୟା ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସ˚ଖ୍ୟାର ଏକ ତୃତୀୟା˚ଶ ଅର୍ଥାତ୍ ୪୯ ହେବ। ବିଧାନସଭା ପରିଷଦର ଏକ ତୃତୀୟା˚ଶ ସଭ୍ୟ ଅର୍ଥାତ୍‌ ୧୬ ଜଣଙ୍କୁ ବିଧାନସଭାର ସଭ୍ୟମାନେ ନିର୍ବାଚିତ କରିବେ। ଆଉ ଏକ ତୃତୀୟା˚ଶ ଅର୍ଥାତ୍‌ ୧୬ ଜଣ ସଦସ୍ୟଙ୍କୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ ଓ ସହରାଞ୍ଚଳର ଲୋକପ୍ରତିନିଧି ନିର୍ବାଚିତ କରିବେ। ଏକ ଦ୍ବାଦ˚ଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସ୍ନାତକଙ୍କୁ ନେଇ ଏକ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ। ସେହିଭଳି ଆଉ ୪ ଜଣ ମାଧ୍ୟମିକ ତଥା ତଦୁର୍ଧ ବିଦ୍ୟାଳୟରେ ୩ବର୍ଷରୁ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ। ଅବଶିଷ୍ଟ ୯ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବ˚ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ବାରା ନିର୍ବାଚିତ ହେବେ।

ସେହିଭଳି ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ଭାବେ କାର୍ଯ୍ୟ କରିବ। ଏହାର ଏକ ତୃତୀୟା˚ଶ ସଭ୍ୟ ପ୍ରତି ୨ବର୍ଷରେ ଅବସର ନେବେ। ବର୍ତମାନ ପାଇଁ ଭୁବନେଶ୍ବର ସ୍ଥିତ ସର୍ଦାର ପଟେଲ ହଲ ବା ପୁରୁଣା ବିଧାନ ସୌଧରେ ଏହା କାର୍ଯ୍ୟ କରିବ। ଓଡ଼ିଶା ବିଧାନସଭାର ଚାରିଶହରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ବ୍ୟବହାର ହେବ। ତେବେ ପରିଷଦ ଗଠନ ଦ୍ବାରା ସେଥିରେ ବାର୍ଷିକ ଆଉ ୩୫ କୋଟି ଟଙ୍କା ଯୋଡି ହୋଇଯିବ।

ସମ୍ବନ୍ଧିତ ଖବର