ଓଡ଼ିଶା ଜୀବିକା ମିସନ ମହିଳା କର୍ମୀଙ୍କ ଭତ୍ତା ବୃଦ୍ଧି

ଭୁବନେଶ୍ବର : ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟରତ ମାଷ୍ଟର ବୁକ୍ କିପର(ଏମ୍‌ବିକେ) ଓ କମ୍ୟୁନିଟି ରିସୋର୍ସ ପର୍ସନ(ସିଆର୍‌ପି)ଙ୍କ ଭତ୍ତା ସରକାର ଶତ ପ୍ରତିଶତ ବୃଦ୍ଧି କରିଛନ୍ତି। ଏମ୍‌ବିକେମାନଙ୍କ ପ୍ରୋତ୍ସାହନ ଭତ୍ତା ୩ ହଜାର ଟଙ୍କାରୁ ୬ ହଜାର ଟଙ୍କା ବଢ଼ିବା ସହ ସିଆର୍‌ପିମାନଙ୍କର ୧,୫୦୦ ଟଙ୍କାରୁ ୩ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଭତ୍ତା ବୃଦ୍ଧି ଘୋଷଣା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପଦେଷ୍ଟା ଓ ମହାସଚିବଙ୍କ ନେତୃତ୍ବରେ ୫ ହଜାରରୁ ଉର୍ଦ୍ଧ୍ବ ମହିଳା କର୍ମୀ ନବୀନ ନିବାସ ଆସି ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଦେବା ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପଦେଷ୍ଟା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ସମ୍ପାଦକ ସୁରେନ୍ଦ୍ର କୁମାର ସ୍ବାଇଁ, ସହ ସମ୍ପାଦକ ଶିବ ପ୍ରସାଦ ମଲ୍ଲିକଙ୍କ ସମେତ ହଜାର ହଜାର ଜୀବିକା ମିସନ ମହିଳା କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର