ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ) ବିଲ୍‌ ୨୦୨୦ ପାରିତ

ଓଡ଼ିଆ ବ୍ୟାକରଣର ସଫ୍ଟୱେର୍‌ ବିକଶିତ ହେବ

ଭୁବନେଶ୍ୱର : ଅର୍ଥ ଆତ୍ମସାତ୍‌ ଏବଂ ପାଣ୍ଠି ଅନିୟମିତତା କରିବାରେ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କୁ ନୋଟିସ୍‌ ଇଲେକ୍ଟୋନିକ୍‌ସ ପଦ୍ଧତିରେ ପଠାଯାଇପାରିବ। ଏହାସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଆଦେଶନାମାକୁ ବି ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଅପଲୋଡ କରାଯାଇପାରିବ। ଏଥିପାଇଁ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଆଗତ କରାଯାଇଥିବା ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ) ବିଲ୍‌ ୨୦୨୦ ପାରିତ ହୋଇଛି। ଏହି ବିଲ୍‌ଟି ବିରୋଧୀଙ୍କ ବିନା ବିରୋଧରେ ପାରିତ ହୋଇଛି।

ଓଡ଼ିଆ ବ୍ୟାକରଣର ସଫ୍ଟୱେର୍‌ ବିକଶିତ ହେବ
ଭୁବନେଶ୍ବର : ଇଂରାଜୀ ଭାଷାରେ ଶୁଦ୍ଧ ବାକ୍ୟ ଲେଖିବା କ୍ଷେତ୍ରରେ ଗ୍ରାମାର ସଫ୍ଟୱେର୍‌ ରହିଛି। ଓଡ଼ିଆ ଭାଷାରେ ସେପରି ସୁବିଧା ନାହିଁ। ତେଣୁ ଓଡ଼ିଆରେ ତ୍ରୁଟି ଶୂନ୍ୟ ଲେଖା ଲେଖିବା ପାଇଁ ବ୍ୟାକରଣର ସଫ୍ଟୱେର୍‌ ବିକଶିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହମତି ପ୍ରଦାନ କରିଛନ୍ତି। ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ଜଣାଇଛନ୍ତି ଯେ ଇଂରାଜୀ ଭା‌ଷାରେ କମ୍ପ୍ୟୁଟର୍‌ରେ ଟାଇପ୍‌ କଲା ବେଳେ ଭୁଲ୍‌ ବନାନ ଲେଖିଦେଲେ ଉକ୍ତ ଶବ୍ଦ ତଳେ ନାଲି ଗାର ଆସିବା ସହିତ ଉକ୍ତ ଶବ୍ଦର ଠିକ୍ ବନାନ ଲେଖି ହୋଇଯାଏ। ଓଡ଼ିଆ ଭାଷାରେ ସେପରି ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ। ଏହି ତ୍ରୁଟି ସୁଧାର ଆଣିବା ନିମନ୍ତେ ଏକ ସଫ୍ଟୱେର୍‌ ବିକଶିତ କରାଯିବ। ଏଥି ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର