ଭୁବନେଶ୍ବର : ଓଡ଼ିଶାରେ ଲୋକାୟୁକ୍ତ ଗଠନ ପାଇଁ ବାଟ ଫିଟିଛି। ଲୋକାୟୁକ୍ତ ନିଯୁକ୍ତି ପାଇଁ ଗଠିତ ସର୍ଚ କମିଟି ବୈଠକରେ ପଞ୍ଚମ ସଭ୍ୟଙ୍କ ନାମକୁ ନେଇ ସହମତି ହୋଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଝାବେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ। ଆଇନ ଅନୁଯାୟୀ ସର୍ଚ କମିଟିର ଏହି ୪ ଜଣ ସଭ୍ୟ ୫ମ ସଭ୍ୟଙ୍କୁ ମନୋନୀତ କରିବେ। ୫ମ ସଭ୍ୟ ଜଣକ ଆଇନ ବିଶାରଦ ହେବା ଦରକାର। ୧୦ ମିନିଟ ଧରି ହୋଇଥିବା ବୈଠକରେ ୫ମ ସଭ୍ୟଙ୍କୁ ନେଇ ସହମତି ହୋଇଥିଲା। ତେବେ ଏହି ସଭ୍ୟ ଜଣକ କିଏ ତାହା ପ୍ରକାଶ କରାଯାଇ ନାହିଁ। ତାଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିସ କରାଯିବ। ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେେବ। କମିଟିର ଅନ୍ୟତମ ସଭ୍ୟ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତିି, ଜଣେ ଅାଇନ ବିଶାରଦଙ୍କୁ ସଦସ୍ୟ ମନୋନୀତ କରାଯାଇଥିବାରୁ ଆଉ ବିବାଦ ଉପୁଜିବାର ଆଶଙ୍କା ନାହିଁ। ତେବେ ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ଲୋକାୟୁକ୍ତ ନିଯୁକ୍ତି କ୍ଷେତ୍ରରେ ମାତ୍ରାଧିକ ବିଳମ୍ବ ହୋଇସାରିଥିବା ସେ କହିଛନ୍ତି।
ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ପାଇଁ ବାଟ ଫିଟିଲା : ସର୍ଚ କମିଟିର ୫ମ ସଦସ୍ୟ ମନୋନୀତ
/sambad/media/post_attachments/wp-content/uploads/2018/10/Court-Management.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)