ଆଜି ମଦ୍ରାସା ପରୀକ୍ଷାଫଳ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀ (ଦଶମ), ମାହିର (ଯୁକ୍ତ୨), ଆଲିମ୍‌ (ଯୁକ୍ତ୩) ଓ ଫାଜିଲ୍‌ (ଏମ୍‌ଏ)ର ପରୀକ୍ଷା ଫଳ ଆସନ୍ତକାଲି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ଉର୍ଦ୍ଦୁ ଭବନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ ପରୀକ୍ଷାର୍ଥୀ ‘www.odishamadarasaboard.org.in’ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। ଉନ୍ମୋଚନ ଉତ୍ସବରେ ବିଭାଗୀୟ ସଚିବ ପ୍ର୍ରଦୀପ୍ତ କୁମାର ମହାପାତ୍ର, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର