ଭୁବନେଶ୍ବର : ଅଖିଳ ଭାରତ କ˚ଗ୍ରେସ କମିଟିର ମହାସଚିବ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟ୍ବିଟ୍ ମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବାରୁ କର୍ମୀ ମହଲରେ ଗଭୀର କ୍ଷୋଭପ୍ରକାଶ ପାଇଛି। ଏ ନେଇ ଆଜି ପ୍ରଦେଶ ମହିଳା କ˚ଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ବରେ ରାଜ୍ୟ ମହିଳା କ˚ଗ୍ରେସର ଶତାଧିକ କର୍ମୀ ପୁଲିସ୍ କମିସନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ତବିଧାନ ସହିତ ଏଭଳି ଘଟଣାର ପୁନରାବୃତ୍ତି କିପରି ନହେବ ସେଥିପାଇଁ ଚେତାବନୀ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରସଙ୍ଗ ନେଇ ପିସିସି ଉପସଭାପତି ଶିବାନନ୍ଦ ରାୟ, ଉପସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ, କଟକ ସଭାନେତ୍ରୀ ଶୈଳବାଳା ଜେନା ପ୍ରମୁଖ ପୁଲିସ୍ କମିସନରଙ୍କ ସହ ଆଲୋଚନା କରିଥିଲେ। ବିକ୍ଷୋଭରେ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା, ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ସ୍ବାଧୀନବାଳା ଦାସ, ପ୍ରତିମା ମଲ୍ଲିକ, ପ୍ରଣତୀ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ଶ୍ରୀୟା ସମ୍ବେଦନା, ସୁଜାତା ଜେନା, କୁସୁମ ପ୍ରଧାନ, ସ୍ମୃତିରେଖା ପହି, ବିନିତା ମାଝୀ, ଲଳିତା ସାହୁ, ନିରୁପମା ଦାସ, କନକଲତା ମଲ୍ଲିକ, ଏମ୍.ଏ ପରୱିନ, ଚୌଧୁରୀ ସ୍ନେହଲତା ରାୟ, ସୁର୍ଯ୍ୟକାନ୍ତି ବାଗ, ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।