ଜିଲ୍ଲାରେ ମାଓହିଂସା କମିଛି : ବୌଦ୍ଧ ଓ ଅନୁଗୁଳରେ ସ୍ଥିତି ଗମ୍ଭୀର
ଭୁବନେଶ୍ୱର : ରାଜ୍ୟରେ ମାଓ ହିଂସା କମିଛି। ବିଗତ ଦୁଇ ବର୍ଷ ହେବ କେତେକ ନିର୍ଦିଷ୍ଟ ଜିଲ୍ଲାରେ ମାଓବାଦୀ ଗତବିଧି ଓ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ। ତେଣୁ ଏହି ସବୁ ଜିଲ୍ଲାକୁ ମାଓ ଅଧ୍ୟୁଷିତ ଅଞ୍ଚଳରୁ ବାଦ୍ ଦିଆଯାଇଛି। ସେଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଢେଙ୍କାନାଳ ପ୍ରମୁଖ। ତେବେ ଆଉ ଦୁଇଟି ଜିଲ୍ଲାରେ ଏବେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେହି ଦୁଇଟି ଜିଲ୍ଲା ହେଲା ବୌଦ୍ଧ ଓ ଅନୁଗୁଳ ପ୍ରମୁଖ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି କି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦୁଇ ବର୍ଷ ତଳେ ରାଜ୍ୟର ୧୯ଟି ଜିଲ୍ଲା ମାଓ ଅଧ୍ୟୁଷିତ ଜିଲ୍ଲା ଥିଲା। ତେବେ ଗତ ଦୁଇ ବର୍ଷ ହେବ ୬ଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଠପ୍ ହୋଇ ଯାଇଛି। ସଂପୃକ୍ତ ଜିଲ୍ଲାରେ ମାଓ ସଂଗଠନ ମଧ୍ୟ ଦୁର୍ବଳ ହୋଇ ପଡ଼ିଛି। ଅନେକ କ୍ୟାଡର୍ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
ତେବେ ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ଘଟିଛି। ଏଥିପାଇଁ ମାଓବାଦୀଙ୍କୁ ଦମନ କରିବାକୁ। ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ପୁଲିସ ପକ୍ଷରୁ ଏହି ଦୁଇଟି ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ୍ ଆରମ୍ଭ କରାଯିବ। ଅନ୍ୟପକ୍ଷରେ ଏବେ ବି ମାଲକାନାଗିରିର ବିଛିନ୍ନାଞ୍ଚଳରେ ମାଓବାଦୀଙ୍କ ଦବ୍ଦବା ଜାରି ରହିଛି। ତେଣୁ ସେହି ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ଅଭିଯାନ ଜୋରଦାର ହେବ ବୋଲି ପୁଲିସ ଡିଜି ଶର୍ମା ସୂଚନା ଦେଇଛନ୍ତି।