ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ଦିନରେ ଖେଳାଳିମାନେ ୮ଟି ଗୋଲ ଦେଇଛନ୍ତି। ପ୍ରଥମ ମ୍ୟାଚରେ କାନାଡାକୁ ୨-୧ରେ ବେଲଜିୟମ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫-୦ରେ ଦ୍ୱିତୀୟ ମ୍ୟାଚ ଜିତିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ପୁଲ-ଏ କାଉଣ୍ଟରରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ସନ୍ଧ୍ୟା ୫ଟାରେ ମୁକାବିଲା ହେବାକୁ ଥିବା ବେଳେ ରାତି ୭ଟାରେ ନ୍ୟୁଜିଲାଣ୍ଡକୁ ଭେଟିବ ଫ୍ରାନ୍ସ।

Advertisment

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ଇଣ୍ଡିଆର ଚତୁର୍ଦ୍ଦଶ ସଂସ୍କରଣର ୨ଟି ମ୍ୟାଚ୍‌ ରୋମାଞ୍ଚକ ଥିଲା। ବିଶେଷ ଭାବରେ ଭାରତୀୟ ଖେଳାଳିମାନେ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକତରଫା ପ୍ରଦର୍ଶନ କରୁଥିଲେ, ଟିମ୍‌ ଇଣ୍ଡିଆର ସମର୍ଥକମାନେ ଉତ୍ସାହିତ ଦେଖାଯାଉଥିଲେ।

ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ମଧ୍ୟରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଦୃଢ଼ ମନରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିଛନ୍ତି। ଭାରତ ପାଇଁ ସିମରନ୍‌ଜିତ ୨ଟି ଗୋଲ ଦେଇଛନ୍ତି। ସେହିଭଳି ଆକାଶଦୀପ, ଲଳିତ ଉପାଧ୍ୟାୟ ଏବଂ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି। ସିମରନ୍‌ଜିତ ସିଂହଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ପୁରସ୍କାର ଭାବରେ ୫୦ ହଜାର ଟଙ୍କା ଦିଆଯାଇଛି।

publive-image

କାନାଡାକୁ ୨-୧ ଗୋଲରେ ବେଲଜିୟମ ପରାସ୍ତ କରିଥିଲା। ବେଲଜିିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ବେଲଜିୟମ ପକ୍ଷରୁ ଡେନାୟର ଏବଂ ବ୍ରିଏଲସ ଗୋଲ ଦେଇଥିଲେ। ସେହିପରି କାନାଡା ପକ୍ଷରୁ ପିଅରସନ ଗୋଲ ଦେଇଥିଲେ।