ପାର୍ଥିବ ଶରୀର ସ୍ଥାନାନ୍ତର ପାଇଁ ଯାତାୟାତ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର: ଓଡ଼ିଶା ମୋ ପରିବାର, ଅସହାୟ ମୃତକଙ୍କ ପରିବାର ସହ ସମସ୍ତ ଜଟିଳ ପରିସ୍ଥିତିରେ ଛିଡ଼ା ହୋଇ ସହାୟତାର ହାତ ବଢାଇ ଆସିଛି । ପୁଣି, ଆଜି ଅନ୍ୟ ଏକ ଅସହାୟ ପରିବାର ସଦସ୍ୟଙ୍କୁ ମୃତଦେହ ସ୍ଥାନାନ୍ତର କରିବାରେ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଡ଼ଶଙ୍ଖ ଅଞ୍ଚଳର ୩୫ ବର୍ଷିୟା ବିଷ୍ଣୁପ୍ରିୟା ମିଶ୍ରଙ୍କର କିଡ଼ନୀରେ ପାଣି ଜମିଥିବାରୁ ସେ ଗତ ମେ ୧୬ ତାରିଖରେ ଭୁବନେଶ୍ୱରସ୍ଥିତ ହାଇଟେକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଗତ ମେ ୨୬ ତାରିଖ ବିଳମ୍ବିତ ରାତ୍ରିରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ପରିବାର ସଦସ୍ୟମାନେ ଆର୍ଥିକ ସଙ୍କଟରେ ଥିବାରୁ ବିଷ୍ଣୁପ୍ରିୟାଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ନେବାପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ବିଶ୍ଵ ମହାନ୍ତିଙ୍କୁ ଅନୁରୋଧ କରି ଓଡ଼ିଶା ମୋ ପରିବାର ମୁଖ୍ୟ କାର୍ଯ୍ୟାଳୟର ହେଲ୍ପଲାଇନ ନମ୍ବର ମାଗିଥିଲେ ଏବଂ ବିଶ୍ଵ ସଙ୍ଗେ ସଙ୍ଗେ ତାଙ୍କୁ ହେଲ୍ପଲାଇନ ନମ୍ବର ଦେଇଥିଲେ । ମୃତକଙ୍କ ପରିବାର ସଦସ୍ୟ ଓଡ଼ିଶା ମୋ ପରିବାର ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରି ସହାୟତା ଲୋଡିଥିଲେ ।

ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ବିଷ୍ଣୁପ୍ରିୟାଙ୍କ ପାର୍ଥିବଶରୀରକୁ ହାଇ-ଟେକ ହସ୍ପିଟାଲରୁ ପୁରୀସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ପୁରୀରେ ପାର୍ଥିବ ଶରୀର ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ଯୁଗ୍ମ ସଂଯୋଜକ ଶ୍ରୀ ଷ୍ଟାଲିନ ପରିଜା ଓ ହେଲ୍ପଡ଼େସ୍କ ସହଯୋଗୀ ସେଠାରେ ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ଦେବା ସହିତ ଶେଷକୃତ୍ୟ ସମ୍ପନରେ ସାହାଯ୍ୟ କରିଥିଲେ ।

ସମ୍ବନ୍ଧିତ ଖବର