ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଓଡ଼ିଶା-ମୋ ପରିବାର ପକ୍ଷରୁ ପ୍ଲାଜ୍ମା ଦାନ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଓ କଟକର ଏସ୍ସିବି ମେଡିକାଲ କଲେଜରେ ପ୍ଲାଜ୍ମା ଦାନ କରିବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ଆଣ୍ଟିବଡ଼ି ତଥା ଅନ୍ୟାନ୍ୟ ପରୀକ୍ଷାରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ। ସମସ୍ତ ପରୀକ୍ଷା ପରେ ୮ ଜଣ ବ୍ୟକ୍ତି ପ୍ଲାଜ୍ମା ଦାନ କରିଥିଲେ। ସେମାନେ ହେଲେ ଦିଲ୍ଲୀପ ନାୟକ, ଆସିଫ୍ ଇକବାଲ୍, ବିଶ୍ବ ରଞ୍ଜନ ସାହୁ, ସଞ୍ଜୟ କୁମାର ବେହେରା, ପ୍ରଣବ ବେହେରା, ଶୁଭସ୍ମିତା ମହାନ୍ତି, କେ ଜି ଶ୍ରିନୁ ଓ ଶଶାଙ୍କ ମହାପାତ୍ର। କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟ ରୂଦ୍ର ସାମନ୍ତରାୟ, ମୀରା ପରିଡ଼ା, ଦୁର୍ଗା ସାମନ୍ତରାୟ,, ଡେଜାଲିନ୍ ମହାପାତ୍ର, ସମୀର ପ୍ରଧାନ, ଅଶ୍ବିନୀ ସୁନ୍ଦରାୟ, ମଧୁସ୍ମିତା ଦାଶ ଓ ମାନସ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏସ୍ସିବି ମେଡିକାଲ କଲେଜରେ ଆବାହକ ଶ୍ରୀ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଡାକ୍ତର ଭୁବନ ମହାରଣା ଓ କଟକ ସହର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।