କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ଓଏଭିଇଟି-୨୦୨୩) ଓ ଓଡ଼ିଆ ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ଓଏମ୍ଏଭିଇଟି-୨୦୨୩) ଆସନ୍ତା ମାର୍ଚ ୫ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ରାଜ୍ୟର ୯୨୯ଟି ପରୀକ୍ଷା କେନ୍ଦ୍ରରେ ପରିଚାଳିତ ହେବ। ଏହି ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଛଡାଯାଇଛି।
ଓଡ଼ିଆ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ଷଷ୍ଠ ଶ୍ରେଣୀ ପାଇଁ ୧ଲକ୍ଷ ୩୬ହଜାର ୪୯୧ଜଣ, ସପ୍ତମ ଶ୍ରେଣୀ ପାଇଁ ୧୭ହଜାର ୧୫୪ଜଣ, ଅଷ୍ଟମ ଶ୍ରେଣୀ ପାଇଁ ୧୨ହଜାର ୪୫୬ଜଣ, ନବମ ଶ୍ରେଣୀ ପାଇଁ ୫ହଜାର ୭୧୬ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଓଡ଼ିଆ ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଷଷ୍ଠ ଶ୍ରେଣୀ ପାଇଁ ୧୩୪୬ଜଣ ନାମ ପଞ୍ଜୀକରଣ କରିଥିବା ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।