କୋଣାର୍କ ପାଇଁ ଦିଲ୍ଲୀ ଯିବେ ମନ୍ତ୍ରୀ, ବିଧାୟକ

କେନ୍ଦ୍ର-ରାଜ୍ୟ ଆଲୋଚନା ୨୮ରେ, ଏଏସ୍‌ଆଇ ଅଧିକାରୀ ବି ରହିବେ

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି କାଢ଼ିନେବା ପ୍ରସଙ୍ଗରେ ବିଧାନସଭାରେ ଦଳମତ ନିର୍ବିେଶଷରେ ତମ୍ବିେତାଫାନ େହାଇଥିଲା। ଏହି ପ୍ରସଙ୍ଗକୁ ଗୁରୁତର ସହିତ ଗ୍ରହଣ କରିବା ଲାଗି ବାଚସ୍ପତି ନିେର୍ଦଶ େଦଇଥିେଲ। େକାଣାର୍କ ସଂପର୍କରେ ସଚିବାଳୟରେ ଥରୁଟିଏ ବୈଠକ କରି ହାତବାନ୍ଧି ବସିଥିବା ରାଜ୍ୟ ସଂସ୍କୃତି ବିଭାଗ େଶଷରେ ଚାପରେ ପଡ଼ି େକାଣାର୍କ ପ୍ରସଙ୍ଗରେ ତନାଘନା ଆରମ୍ଭ କରିଛନ୍ତି।

ଓଡ଼ିଶାରେ ଏଏସ୍‌ଆଇର ଅଧିକାରୀମା‌ନେ ଆରମ୍ଭରୁ ଏହି ପ୍ରସଙ୍ଗକୁ ଫାଙ୍କି େଦଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି େଲଖି ହସ୍ତକ୍ଷେପ କରିବା ଲାଗି ଦାବି ଜଣାଇଥିଲେ େହଁ, େକନ୍ଦ୍ରମନ୍ତ୍ରୀଙ୍କ ଦପ୍ତର କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। େହଲେ ସବୁଆଡ଼ୁ ବିରୋଧର ସ୍ବର େତଜିବା ପ‌େର ରାଜ୍ୟ ସରକାର ଆସନ୍ତା ୨୮ ତାରିଖରେ ନୂଆଦିଲ୍ଲୀରେ େକନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ େଭଟିବାକୁ ନିଷ୍ପତ୍ତି େନଇଛନ୍ତି। େସଠାରେ ଏକ ଉଚ୍ଚସ୍ତରୀୟ ବୈଠକ େହବ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସିଧାସଳଖ ଆଲୋଚନା କରିବେ।

େକବଳ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ନୁହନ୍ତି, ନିମାପଡ଼ା ଓ କାକଟପୁର ବିଧାୟକ, ସଂସ୍କୃତି ସଚିବ ମଧ୍ୟ ନୂଆଦିଲ୍ଲୀ ଯିବେ। ଏହି ଆ‌େଲାଚନାକୁ ଏଏସ୍‌୍ଆଇ ଡିଜିଙ୍କ ସ‌େମତ ବରିଷ୍ଠ ଅଧିକାରୀମାନଙ୍କୁ ଡକାଯାଇଛି। ଆଲୋଚନା ସମୟରେ କୋଣାର୍କ ପ୍ରତି ଏଏସ୍‌ଆଇ କରିଥିବା ସବୁ ଅବହେଳା ପ୍ରସଙ୍ଗ ଉଠାଯିବ। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।

ଗତ ୧୩ ତାରିଖରେ ସଚିବାଳୟରେ ହୋଇଥିବା ବୈଠକରେ ୧୯୯୭ ଓ ୨୦୧୦ ମସିହାରେ କୋଣାର୍କ ଉପରେ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀର ସୁପାରିସ୍ କଥା ଉଠିଥିଲା‌। କିନ୍ତୁ ଏଏସ୍‌ଆଇ ଅଧିକାରୀମାନେ କିଛି କହିପାରି ନ ଥିଲେ। ସେମାନଙ୍କ ପାଖରେ ଏ ନେଇ କିଛି ତଥ୍ୟ ନ ଥିଲା। ସେହିପରି ଏଏସ୍‌ଆଇ ଦ୍ବାରା ସଂରକ୍ଷିତ ହୁମାୟୁନ କବର ସଂରକ୍ଷଣ କରାଯିବା ବେଳେ ନୂଆ ଖୋଦିତ ପ୍ରସ୍ତର ଲଗାଯାଉଥିଲା ବେଳେ କୋଣାର୍କର ସୌନ୍ଦର୍ଯ୍ୟ ପାଇଁ ତାହା କାହିଁକି ହୋଇପାରିବ ନାହିଁ ବୋଲି ରାଜ୍ୟ ପକ୍ଷରୁ ପ୍ରଶ୍ନ କରାଯିବ। ଏଏସ୍‌ଆଇ ମହାନି‌େର୍ଦ୍ଦଶକଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି ବୈଠକ ତୁରନ୍ତ କୋଣାର୍କଠାରେ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯିବ।

ବୈଠକରେ ପାଇକ ଏକାଡେମି ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷକ ‌ତଳେ ଡିପିଆର୍ ‌ପଠାଯାଇଥିଲା ବେଳେ ତାହା ଉପରେ ସଂସ୍କୃତି ମନ୍ତ୍ରାଳୟ କୌଣସି ପଦକ୍ଷେପ ନେଇ ନାହିଁ। ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ଏଏସଆଇ ଏଡିଜି େକାଣାର୍କ ଆସି ସ୍ଥିତି ପରଖିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଏଏସଆଇ ଅଧିକାରୀମାେନ ତାଙ୍କୁ ଭୁତାଇଥିଲେ େହଁ, ସ୍ଥିତିର ଗମ୍ଭୀରତା ଉପଲବ୍ଧି କରିଥିଲେ ଏଡି଼ଜି। ଏଣୁ େସ ସ୍ଥାନୀୟ ଅଧିକାରୀଙ୍କ ଉପରେ ଭୀଷଣ ବିରକ୍ତ େହାଇଥିେଲ।

ସମ୍ବନ୍ଧିତ ଖବର