ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏ ନେଇ ସେ ଆଜି ଟ୍ଵିଟରରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ କରି କହିଛନ୍ତି ଯେ ବିଜୁ ଜନତା ଦଳ ସମ୍ପର୍କ ଛିନ୍ନ କରିବା ନେଇ ନିଷ୍ପତ୍ତି ନେବାପରେ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଥିଲି କି ମୋ ବାପାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ସଂପନ୍ନ ହେଲେ ସାଂସଦ ପଦରୁ ଇସ୍ତଫା ଦେଇଦେବି। ପରମ୍ପରା ଅନୁଯାୟୀ ଲୋକସଭା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚାହିଁଥିଲି। କିନ୍ତୁ ବାଚସ୍ପତି ମହୋଦୟା ବିଦେଶଗସ୍ତରେ ଥିବାରୁ ଏହା ସମ୍ଭବ ହେଲା ନାହିଁ। ଏଣୁ ମୁଁ ତାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛି।ମଇ ୨୮ ତାରିଖ ଦିନ ତିନି ପୃଷ୍ଠାର ଏକ ଚିଠି ଲେଖି ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା ଦେଇଥିଲେ।
In letter to NaveenP on my intent to dissociate from BJD, I’d said on completion of my father’s kriyas I’d resign from LS. The day after they ended, I sought to meet Hon’ Speaker as per custom. It wasn’t possible & i understand she’s since gone abroad, so I’ve had it deliverd??
— Baijayant Jay Panda (@PandaJay) June 12, 2018