ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ନୌସେନା ଅଧିକାରୀ

ଭୁବନେଶ୍ବର : ନବନିଯୁକ୍ତ ଭାରପ୍ରାପ୍ତ ନୌସେନା ଅଧିକାରୀ (ଓଡ଼ିଶା) ଏବଂ ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡିଂ ଅଫିସର କମୋଡର ଏନ୍‌ପି ପ୍ରଦୀପ ଗତକାଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ ଶ୍ରୀ ପ୍ରଦୀପ ଉପକୂଳ ପ୍ରତିରକ୍ଷା, ସମୁଦ୍ରରେ ସୁରକ୍ଷା ଓ ନିରାପତ୍ତା‌ କ୍ଷେତ୍ରରେ ରହିଥିବା ଚାଲେଞ୍ଜ ଏବଂ ଏହାର ମୁକାବିଲା ପାଇଁ ନୌସେନା ଓ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ନିଆଯାଇଥିବା ବିଭିନ୍ନ ତାଲିମ ଓ ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ। ଏଥିସହ ଉପକୂଳ ଓଡ଼ିଶାର ସା‌ମୁଦ୍ରିକ ‌ଡୋମେନ୍‌କୁ ସବୁ ଦିଗରେ ଦୃଢ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର