ଭୁବନେଶ୍ୱର: କନକ ନ୍ୟୁଜ୍‌ ଦ୍ୱାରା ‘ଓଡିଶା ନିର୍ମାଣ କନକ୍ଲେଭ’ ଆୟୋଜିତ

ଭୁବନେଶ୍ୱର: ଆଜି ହୋଟେଲ କ୍ରାଉନଠାରେ ‘ଓଡିଶା ନିର୍ମାଣ କନକ୍ଲେଭ’ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଛି। କନକ ନ୍ୟୁଜ୍‌ ଦ୍ୱାରା ଆୟୋଜିତ ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌’ର ଉଦ୍‌ଘାଟକ ଭାବେ ଯୋଗ ଦେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ( ଓଏସଡିଏ)ର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ କହିଥିଲେ ଯେ ଦକ୍ଷତା ବିକାଶ ପ୍ରାଧିକରଣ ପ୍ରତିଷ୍ଠା ହେବା ପୂର୍ବରୁ ଆଇଟିଆଇରେ ମାତ୍ର ୬ ପ୍ରତିଶତ ବାଳିକା ନାମ ଲେଖାଉଥିଲେ। ବର୍ତ୍ତମାନ ସେହି ଧାରାର ପରିବର୍ତ୍ତନ ହୋଇଛି। ଗତ ଦୁଇ ବର୍ଷ ମଧ୍ୟ ଏହା ୬ରୁ ୧୪ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଅନ୍ତତଃ ୩୫ ପ୍ରତିଶତ ବାଳିକା ଯେପରି ଆଇଟିଆଇରେ ନାମ ଲେଖାଇ, ତାଲିମ ନେଇ ନିଜକୁ ରୋଜଗାରକ୍ଷମ କରିବାକୁ ଯୋଗ୍ୟ କରି ପାରିବେ ସେ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଳଇ ଶ୍ରୀ ବାଗ୍‌ଚୀ କହିଛନ୍ତି।
ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌ରେ ସ୍ୱାଗତ ଭାଷଣ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ନିର୍ମାଣ ପାଇଁ ଆମ ସମସ୍ତଙ୍କର ଉଦ୍ୟମ ହେବା ଉଚିତ। ଏ କ୍ଷେତ୍ରରେ ଗଣମାଧ୍ୟମ ଜନତା ଓ ସରକାରଙ୍କ ମଧ୍ୟରେ ଏକ ସଂଯୋଗ ଭାବେ କାର୍ଯ୍ୟ କରିଥାଏ। ତେବେ ବର୍ତ୍ତମାନ ଦେଶରେ ରାଜନୈତିକ ସ୍ଥିତି ଏମିତି ହୋଇଛି ଯେ ଆମେ ସମ୍ବିଧାନର ବ୍ୟବସ୍ଥା ବିଶେଷ କରି ସଂଘୀୟ ବ୍ୟବସ୍ଥା ପ୍ରତି ଏକ ଆହ୍ଵାନ ସୃଷ୍ଟି ହୋଇଛି। ତେଣୁ ଆଜିର ଦିନ ତମାମ ଧରି ବିଭିନ୍ନ ପ୍ରସଙ୍ଗରେ ଯେଉଁ ଆଲୋଚନା ହେବ ତାହା ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର