ଭୁବନେଶ୍ବର : ଶିଶୁମାନଙ୍କ ସଂପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା ।
ଏହି ସର୍ଭେ ରିପୋର୍ଟକୁ ଗତ ବୁଧବାରଦିନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନିତି ଆୟୋଗ ସଦସ୍ୟ ଡ.ଭି.କେ. ପଲ ଉନ୍ମୋଚନ କରିଥିଲେ ।
/sambad/media/post_attachments/wp-content/uploads/2021/11/06c3154f-cee6-4e08-9f60-9d2f1011ab11.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/WhatsApp-Image-2021-11-24-at-3.52.35-PM.jpeg)
