ସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାର ନ କଲେ ଶାସ୍ତି ବିଧାନ

ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ନିୟମାବଳୀ ୨୦୧୯ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ଏଣିକି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନ କଲେ ଖିଲାପକାରୀଙ୍କୁ ଦଣ୍ଡ ମିଳିବ। ଏ ନେଇ ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୬ର ସଂଶୋଧନ ପାଇଁ ନିୟମାବଳୀ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ନିୟମାବଳୀ-୨୦୧୯ ଅନୁଯାୟୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥଇବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ। ଏହାସହିତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରରେ ବାରମ୍ବାର ଖିଲାପ କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିୟମ ପ୍ରଣୟନ କରାଯାଇଛି।

ସେହିପରି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବା ବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଶୃଙ୍ଖଳାଗତ କାର୍ଯ୍ୟବିଧି ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର