ସମ୍ବଲପୁର: ପ୍ରଯୁକ୍ତି ସହିତ ଆଧ୍ୟାତ୍ମିକତାର ସମ୍ମିଶ୍ରଣରେ ହିଁ ବିକାଶ ସମ୍ଭବ। ଅର୍ଜୁନ ଏହାର ପ୍ରକୃଷ୍ଟ ଉଦାହରଣ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହା କହିଛନ୍ତି କୁଳାଧିପତି ତଥା ରାଜ୍ୟପାଳ ଗଣେଶୀଲାଲ। କୁଳପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୁଳାଧିପତି କହିଛନ୍ତି, ବର୍ତ୍ତମାନହିଁ ଗୁରୁତ୍ବପୂର୍ଣ୍ଣ। ସକାରାତ୍ମକ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉଚିତ। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ନାଗେଶ୍ବର ରାଓ କହିଛନ୍ତି, ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ଏବଂ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରେ ବିଦ୍ୟାର୍ଥୀ ଏବଂ ଅଧ୍ୟାପକଙ୍କ ମଧ୍ୟରେ ବିନିମୟ କାର୍ଯ୍ୟକ୍ରମ ହୋଇ ପାରିବ। ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ କୁଳସଚିବ ଜୟନ୍ତକର ଶର୍ମା, ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ପରିଚାଳନା ବୋର୍ଡ ସଦସ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କୁଳପତି ଆଦିତ୍ୟ ପାଢୀ, ଅବସରପ୍ରାପ୍ତ ଅଧ୍ୟାପକ ଅର୍ନ୍ତଯାମୀ ପଣ୍ଡା, ଆଇଆଇଏମସି, ଢେଙ୍କାନାଳ ମୁଖ୍ୟ ପ୍ରଫେସର ମୃଣାଳ ଚାଟାର୍ଜି ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ
/sambad/media/post_attachments/wp-content/uploads/2018/12/Untitled-3-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)